ଶ୍ରୀମନ୍ଦୀରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ (୨)
ଜଗତ ଉଦ୍ଧାର ହେଉ ,
ମହାବାହୁ........
ଜଗତ ଉଦ୍ଧାର ହେଉ ।
ଶ୍ରୀମନ୍ଦୀରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ.....ମାଗିବି କି ଅବା ଆଉ ।
ପାପ ଆଉ ପୂଣ୍ୟ ଏ ଜଗତେ ଭରା
ମାୟା ମୋହ ଏଠି ସବୁ ତ ଅସରା || (୨)
କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ (୨)
ତାଙ୍କୁ କି ଅଜଣା ଆଉ ।
ମାଗିବି କି ଅବା ଆଉ
ମହାବାହୁ........
ଜଗତ ଉଦ୍ଧାର ହେଉ ।
ତାଙ୍କ ହାତ ଗଢା ଏ ସାରା ସଂସାର
ନପାରନ୍ତି ଯେବେ କରି ସେ ଉଦ୍ଧାର ।। (୨)
ଏକା ବସିଥାନ୍ତୁ ରତ୍ନ ସିଂହାସନେ,(୨)
ଏ ଜଗତ ଭାସିଯାଉ ।
ମାଗିବି କି ଅବା ଆଉ
ମହାବାହୁ........
ଜଗତ ଉଦ୍ଧାର ହେଉ ।
ଶ୍ରୀମନ୍ଦୀରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ,
ଜଗତ ଉଦ୍ଧାର ହେଉ ।
Comments
Post a Comment